ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀକୁ ଫାସୀ ଦଣ୍ଡର ରାୟ ଶୁଣାଇଲେ ବରଗଡ଼ ପୋକସୋ କୋର୍ଟ
Автор: Aaina ( ଆଇନା ) - The Mirror
Загружено: 2026-01-06
Просмотров: 313735
Aaina (ଆଇନା)The Mirror
ନାବାଳିକାଙ୍କୁ ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀକୁ ଫାଷୀ ଦଣ୍ଡାଦେଶ ଦେଲେ ବରଗଡ଼ ପୋକସୋ କୋର୍ଟ l ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ କୋର୍ଟ ପକ୍ଷରୁ ଏପରି ଫାସୀ ଦଣ୍ଡ ଆଦେଶ ଦିଆଯାଇଥିବା ବେଳେ ଏପରି ଏକ ଐତିହାସିକ ରାୟ ଶୁଣାଇ ପୀଡ଼ିତା ପାରିବାରଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି ପୋକସୋ କୋର୍ଟ l ମାତ୍ର ସାତ ବର୍ଷର କୁନି ଝିଅକୁ ଧର୍ଷଣ କରି ନିର୍ମମ ଭାବେ ହତ୍ୟା କରିଥିବା 35 ବର୍ଷର ପ୍ରଶାନ୍ତ ବାଗ କୁ ପୋକସୋ କୋର୍ଟ ନାବାଳିକାଙ୍କୁ ଧର୍ଷଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଓ ନିର୍ମମ ହତ୍ୟା ଅଭିଯୋଗରେ ଫାସୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l
ସୂଚନା ଅନୁଯାୟୀ ଗତ 15 ନଭେମ୍ବର 2024 ରେ ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ସୋଡ଼ା ଗ୍ରାମରେ ଜଣେ ନାବାଳିକାଙ୍କ ରକ୍ତାକ୍ତ ଶବ ନଗ୍ନ ଅବସ୍ଥାରେ ପଡ଼ିଥିଲା l ଗ୍ରାମବାସୀ ଖବର ପାଇଁ ପୋଲିସ କୁ ଜଣାଇଥିଲେ ଓ ପୋଲିସ ଉକ୍ତ ଘଟଣାର ତଦନ୍ତ କଲା ପରେ ସାଙ୍ଗେ ସାଙ୍ଗେ ପ୍ରଶାନ୍ତ ବାଗ ନାମକ ଜଣେ ବ୍ୟକ୍ତିକୁ ସନ୍ଦେହରେ ଅଟକ ରଖିଥିଲା l ପୋଲିସ ର ଜେରା ପରେ 35 ବର୍ଷୀୟ ପ୍ରଶାନ୍ତ ବାଗ ନିଜେ ଦୋଷ ସ୍ୱୀକାର କରିଥିଲା l
ତେବେ ମହୁଲ ପାଳି ଗ୍ରାମର ପ୍ରଶାନ୍ତ ବାଗ ନାମକ ଯୁବକ ସୋଡ଼ା ଗ୍ରାମର ତିନିଜଣ କୁନି ପିଲାଙ୍କୁ ମାଛ ଧରିଯିବା ବୋଲି ଡାକିନେଯାଇଥିଲେ l ପରବର୍ତୀ ସମୟରେ ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଶିଶୁଙ୍କୁ କୌଣସି ବାହାନାକରି ସେ ଘରକୁ ଫେରାଇଦେଇଥିଲେ ମାତ୍ର ସାତ ବର୍ଷର ଶିଶୁ କନ୍ୟାକୁ ସେ ଫୁସୁଳାଇ ରଖିପକାଇ ଦୁଷ୍କର୍ମ କରିବା ପରେ ପ୍ରଥମେ ଶିଶୁ ଟିର ତଣ୍ଟି ଚିପି ଥିଲା ଓପରେ ମୁଣ୍ଡରେ ପଥର ଛେଚି ନିର୍ମମ ଭାବେ ହତ୍ୟା କରିଥିଲା l
ଏହି ସମ୍ବେଦନଶୀଳ ଘଟଣାରେ ଦୋଷୀକୁ ଫାସୀ ଦଣ୍ଡ ଦିଆଯାଉ ବୋଲି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଲି ମାଧ୍ୟମରେ ଲୋକେ ପ୍ରଶାସନ ଠାରେ ଦାବୀ ଜଣାଇଥିଲେ l ତେବେ ପୋଲିସ ବିଭାଗ ତତ୍ପରତା ଦେଖାଇ ମମତା ନାୟକ ପଦ୍ମପୁର IIC ମାତ୍ର 20 ଦିନ ଭିତରେ ଚାର୍ଜ ସିଟ ଦାଖଲ କରିଥିଲେ ଏବଂ ଫରେନସିକ ଏଭିଡେଂସ, ମେଡିକାଲ ଏଭିଡେଂସ ସବୁ ଦାଖଲ କରାଯାଇଥିଲା | ବିଚାର ସମୟରେ ସରକାରଙ୍କ ତରଫରୁ 37 ଗୋଟି ସାକ୍ଷ, 55 ଟି ଡୋକୋମେଣ୍ଟ ଓ 27 ଟି ମେଟ୍ରିଏଲ ଓ଼ବଜେକ୍ଟ ଦାଖଲ କରାଯାଇଥିଲା l
ବରଗଡ଼ ପୋକ୍ସୋ ଅଦାଲତରେ ମାମଲାଟି ଚାଲିଥିବା ବେଳେ 26 /12/2025 ଦିନ ଅଭିଯୁକ୍ତଙ୍କୁ ଅପହରଣ, ଦୁଷ୍କର୍ମ, ହତ୍ୟା ଓ 6 ପୋସ୍କୋ ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଥିଲେ | ତେବେ ପୋକସୋ ଅନ୍ତର୍ଗତ ADJ cum Special court ର ଜର୍ଜ କିରନ କୁମାର ପ୍ରଧାନ ଆଜି ଦୋଷୀକୁ ଫାସୀ ଦଣ୍ଡାଦେଶ ଶୁଣାଇଛନ୍ତି l#BargarhNews
#BarpaliNews
#FarmersIssue
#InputSubsidy
#OdishaNews
#OdiaNews
#BreakingNews
#FarmersProtest
#KharifLoss
#SubsidyScam
#AgricultureNews
#OdishaPolitics
#FarmersRights
#WesternOdisha
#Dhanuyatra
Доступные форматы для скачивания:
Скачать видео mp4
-
Информация по загрузке: