ଉନ୍ନତ ମାନର ଦେଶୀ କୁକୁଡ଼ା ଚାଷ ଜୟ କୃଷ୍ଣ ହେରକା ଗ୍ରାମ: ବୁରଜୁଗୁଡା ବ୍ଲକ: କୋଲନରା ଜିଲା ରାୟଗଡା BYP Jaykrishna
Автор: Agri Wealth
Загружено: 2025-11-05
Просмотров: 2505
ଉନ୍ନତ ମାନର ଦେଶୀ କୁକୁଡ଼ା ଚାଷ ବିଷୟରେ
(ସମ୍ପର୍କ କରନ୍ତୁ ଦିନେଶ: 7787013593, Ajit Naik 9437647112)
ଚାଷୀ: ଜୟ କୃଷ୍ଣ ହେରକା ଗ୍ରାମ: ବୁରଜୁଗୁଡା ବ୍ଲକ: କୋଲନରା ଜିଲା ରାୟଗଡା , ଓଡ଼ିଶା
ତା 03/11/2022 ମାଈ ସଂଖ୍ୟା 40 ପଟ , ଗଞ୍ଜା ଅଛନ୍ତି 20 ପଟ (ପ୍ରଜନନ ପାଇଁ ରହିବା କଥା 6 ରୁ 8 ପଟ, ବିକ୍ରି କରି ନାହାନ୍ତି ତେଣୁ ବେଶୀ ଗଞ୍ଜା ଅଛନ୍ତି)
30 x 15 ଫୁଟ ଘର, ମାଟି ଚଟାଣ, 1 sq inch ତାର ଜାଲି + ସାପ ନ ପଶିବା ପାଇଁ ଫାଇନ ଜାଲି + ଥଣ୍ଡା ନ ହେବା ପାଇଁ ଟରପୁଲିନ ଛେକା ଯାଇଛି । ଘର ଖରଚ ଟ 40 ହଜାର ଭିତରେ ।
ଉନ୍ନତ ପ୍ରକ୍ରିୟା: ଅସିଲ କୁକୁଡ଼ା ଥରକରେ ପ୍ରାୟ 12 ଟି ଅଣ୍ଡା ଦିଏ (12 ଦିନ), ଉଷୁମେଇଥାଏ (21 ଦିନ), ଟୋକାରୀ ରେ ଢାଙ୍କି ଛୁଆ ସାଙ୍ଗରେ ରଖାଯାଏ (15 ଦିନ) । ଏପରି କରିବା ଦ୍ବାରା, ଛୁଆ ମାନେ ଥଣ୍ଡା, କାଉ-ଚିଲ-ସାପ ରୁ ରକ୍ଷା ପାଇଥାନ୍ତି ଏବମ ତାଙ୍କୁ ସୁଷମ ଖାଦ୍ୟ ଦେବା ଦ୍ବାରା, ଭଲ ବଢି ଥାନ୍ତି ।
ତାପରେ, ଛୁଆ-ମାଆ ମାନଙ୍କୁ ଅଲଗା ରଖାଯାଏ । ମାଆ କୁକୁଡ଼ା କୁ, 1 ମିନିଟ ପାଇଁ ପାଣିରେ ଗାଧେଇ ଦିଆଯାଏ, ଦିନକୁ ଥରେ ଲଗାତର 3 ଦିନ । ଏପରି କଲେ, ମାଈ କୁକୁଡ଼ା ର ଦେହର ଗରମ ଭାଙ୍ଗି, ପୁଣି 15 ରୁ 20 ଦିନ ଭିତରେ ଅଣ୍ଡା ଦେବା ଆରମ୍ଭ କରେ ।
ଅଣ୍ଡା ଦେବା ଚକ୍ର ମୋଟ 60 ରୁ 70 ଦିନ (12+21+15+20) । ଗୋଟିଏ ବର୍ଷରେ, 5 ରୁ 6 ଥର ଅଣ୍ଡା ପାଇଥାନ୍ତି ।
ଛୁଆ ସାଙ୍ଗରେ ମାଆ କୁ ମଧ୍ୟ ସୁଷମ ଖାଦ୍ୟ, ଅଜୋଲା, ଲିକୁଇଡ ମିନରାଲ ମିକଶ୍ଚର (ପ୍ରତି କୁକୁଡ଼ା ଦିନକୁ 1 ml ପାଣିରେ ମିଶାଇ) ଦିଆଯାଈ ଥାଏ । ଏହା ଦେବା ଦ୍ଵାରା, ଅଣ୍ଡା ଦେବାର କ୍ଷ୍ୟମତା ଓ ଅଣ୍ଡା ର କୁଆଲିଟି ବଢି ଥାଏ ।
ଏହା ସାଙ୍ଗକୁ, ହର୍ବଳ ପଦ୍ଧତିରେ ସପ୍ତାହକୁ ଥରେ ଭୁଇଁ ନିମ କିମ୍ବା ଆଲୁବେରା, ନିୟମିତ ଦେଉଥିବାରୁ, ଅନ୍ୟାନ୍ୟ ରୋଗ ହେଉ ନାହିଁ ।
ଅଲଗା କରାଯାଇଥିବା ଛୁଆ ମାନଙ୍କୁ ଆଉ 1 ମାସ ପର୍ଯନ୍ତ ଘର ଭିତରେ ରଖାଯାଏ (ମୋଟ 45 ଦିନ) । ତାପରେ ବାହାରେ ଛଡା ଯାଏ । ଏପରି କରିବା ଦ୍ଵାରା ଟୀକା ଦେବାରେ ମଧ୍ୟ ସୁବିଧା ହୋଇଥାଏ (7 ଦିନ ରେ ଲଶୋଟା, 14 ଦିନ ରେ ଗମବୋରୋ, 21 ଦିନ ରେ ଲଶୋଟା ବୋଷ୍ଟର, 45 ଦିନ ରେ ବସନ୍ତ, 60 ଦିନ ରେ R2B ଇତ୍ୟାଦି) । ଗରମ ପାଇଁ ବଲବ ର ବ୍ୟବସ୍ଥା କରିଛନ୍ତି ।
ଶିକାରୀ ଜନ୍ତୁ ଙ୍କ ଠୁଁ ରକ୍ଷା କରିବା ପାଇଁ, ସମସ୍ତ କୁକୁଡ଼ା ମାନଙ୍କୁ ଘେରା ଥିବା ବାଡ ମଧ୍ୟରେ ରଖା ଯାଏ ।
ଏପରି ଭଲରେ ବଢିଥିବା, 50 ରୁ 60 ଦିନିଆ ଅସିଲ ଚିଆଁ ର ଯୋଡ଼ା ମୂଲ୍ୟ ଟ 500 ।
ଦେଶୀ ନାଁ ରେ ବାହାରୁ ଚିଆଁ କିଣିବା ଅପେକ୍ଷା, ଲୋକାଲ ଏରିଆ ରୁ ପରିଚିତ ଚାଷୀ ଙ୍କୁ ଠୁଁ କିଣିବା ଭଲ ।
ବିସ୍ତୃତ ଭାବେ ଜାଣିବା ପାଇଁ ଯୂଟ୍ଯୂବ୍ ଲିଙ୍କ ରେ ଭିଡିଓ ଦେଖନ୍ତୁ ।
• ଉନ୍ନତ ମାନର ଦେଶୀ କୁକୁଡ଼ା ଚାଷ ବିଷୟରେ (କେମିତି...
ସମ୍ପର୍କ କରନ୍ତୁ, ଦିନେଶ: 7787013593, ପ୍ରଦାନ ସଂସ୍ଥା JK Pur
ଧନ୍ୟବାଦ ।
Доступные форматы для скачивания:
Скачать видео mp4
-
Информация по загрузке: