ରାତି ହେଲେ ଭୟ: ବିଜୁଳି ନାହିଁ, ସାପ କାମୁଡ଼ାରେ ମୃତ୍ୟୁ
Автор: ODRA RASHTRA-SUSHIL MOHAPATRA
Загружено: 2025-12-23
Просмотров: 58
ରିପୋର୍ଟ: ଅନ୍ଧାରରେ ଆଦିବାସୀ ଗାଁ – ଏକ ଗ୍ରାଉଣ୍ଡ ରିପୋର୍ଟ
ସ୍ଥାନ: ଗଞ୍ଜାମର ଏକ ଦୂରସ୍ଥ ଆଦିବାସୀ ଅଞ୍ଚଳ
ଆଜି ଆମେ ପହଞ୍ଚିଛୁ ଗଞ୍ଜାମ ଜିଲ୍ଲାର ଏମିତି ଏକ ଦୂର ଅପହଞ୍ଚ ଇଲାକାରେ, ଯେଉଁଠି ଆଧୁନିକତା ତ ଦୂରର କଥା, ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟ ପହଞ୍ଚି ପାରିନାହିଁ। ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୭୦ କିଲୋମିଟର ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଆଦିବାସୀ ଗାଁ।
୨୦୨୫ ମସିହା, ଅର୍ଥାତ୍ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଚରମ ସୀମା। କିନ୍ତୁ ଏହି ଗାଁ ପାଇଁ ଆଜି ବି ବିଜୁଳି ଆଲୋକ ଏକ ସ୍ୱପ୍ନ।
ଏଠାକାର ଲୋକଙ୍କ ପାଇଁ ଅନ୍ଧାର କେବଳ ଏକ ସମସ୍ୟା ନୁହେଁ, ବରଂ ଏହା ସାଜିଛି ଜୀବନ ପ୍ରତି ଏକ ବଡ଼ ବିପତ୍ତି। ବିଦ୍ୟୁତ୍ ଅଭାବରୁ ରାତି ହେଲେ ପୂରା ଗାଁରେ ଖେଳିଯାଏ ମୃତ୍ୟୁର ଭୟ। ଗତ କିଛି ବର୍ଷ ମଧ୍ୟରେ ଅନ୍ଧାରର ସୁଯୋଗ ନେଇ ସାପ କାମୁଡ଼ାରେ ଏଠାରେ ଅନେକ ଜୀବନ ଅକାଳରେ ଝଡ଼ି ପଡ଼ିଛି।ଯେତେବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି, ଏହି ଗାଁର ଲୋକଙ୍କ ପାଇଁ ସଂଘର୍ଷ ଆରମ୍ଭ ହୋଇଯାଏ।ଏଠାରେ ବିଜୁଳି ସଂଯୋଗ କେବଳ ସୁବିଧାର ପ୍ରଶ୍ନ ନୁହେଁ, ଏହା ଜୀବନ ଓ ମୃତ୍ୟୁ ମଧ୍ୟରେ ଥିବା ଏକ ପତଳା ପାଚେରି। ଆଜି ଆମେ ଏହି ଗାଁର ସ୍ଥିତି ପରଖିବା ସହ ଲୋକଙ୍କ ମନର କୋହ ଶୁଣିବାକୁ ଚେଷ୍ଟା କରିଛୁ। କାହିଁକି ଆଜିର ଏହି ଡିଜିଟାଲ୍ ଯୁଗରେ ମଧ୍ୟ ଏହି ଆଦିବାସୀ ଭାଇଭଉଣୀମାନେ ଅନ୍ଧାରରେ ଦିନ କାଟୁଛନ୍ତି? କିଏ ଏଥିପାଇଁ ଦାୟୀ
#ruralreports #groundreport #ruraljournalism
Доступные форматы для скачивания:
Скачать видео mp4
-
Информация по загрузке: