Last Day at College 🥹💔//The end of five years of college life😔//📍Banki Autonomous College//❤️😍
Автор: Priyanshu Parida
Загружено: 2024-04-25
Просмотров: 633
ଏକ ଯାତ୍ରା ର ଶେଷ ହିଁ
ଅନ୍ୟ ଏକ ଗନ୍ତବ୍ଯ ପଥ ର ଆରମ୍ଭ।
ନୂଆ ସମ୍ଭାବନା ସହ
ଆଗେଇବାକୁ ହେବ
ଛାଡି ପୁରୁଣା ସ୍ମୃତି କୁ ଯଥା ସମ୍ଭବ। 🍂✨🍂
#ସ୍ନାତକ_ର_ଶେଷଦିନ 💔🥹
#collegelifeends
#friendsmemories
ଆଜି ପରି ମନେପଡେ ଯୁକ୍ତ ଦୁଇ ର ପ୍ରଥମ ଦିନ। ସତରେ ମନ ଭିତରେ ବହୁତ୍ ଉତ୍କଣ୍ଠା ଓ ଖୁସି ଥାଏ କାରଣରୁ ଜୀବନରେ ପ୍ରଥମ ଥର ହାପ୍ ପ୍ୟାଣ୍ଟ୍ ରୁ ଫୁଲ୍ ପ୍ୟାଣ୍ଟ୍, ବିଦ୍ୟାଳୟ ରୁ ମହାବିଦ୍ୟାଳୟ ଓ ଗାଆଁ ର ପରିସୀମା ଭିତରୁ ଯାଇ ଗାଆଁ ବାହାର ର ଗୋଟେ ନୂତନ ଶିକ୍ଷାନଷ୍ଠାନ ରେ ପଢିବା ର ଉତ୍କଣ୍ଠା ବାରମ୍ବାର ମନକୁ ଆନ୍ଦୋଳିତ କରୁଥାଏ। ପ୍ରଥମ ଦିନ କିଛି ନୂଆ ସାଙ୍ଗ ମାନଙ୍କ ସହ ମିଶିବାର ସୁଯୋଗ ମିଳିଲା, ଇତି ମଧ୍ୟରେ ଆରମ୍ଭ ହେଲା ମହାବିଦ୍ୟାଳୟରେ ଶିକ୍ଷା ର ପର୍ବ। ଇତି ମଧ୍ୟରେ ଗୋଟେ ବର୍ଷ କିପରି ଭାବେ କଟିଗଲା କିଛି ମଧ୍ୟ ଜଣା ପଡିଲା ନାହିଁ।ଏହା ପରେ ସାରା ବିଶ୍ୱକୁ କରୋନା ମହାମାରୀ ତାର କରାଳ ଛାଇ ରେ ଗ୍ରାସ କରିବା ଆରମ୍ଭ କରିଦେଇଥିଲା,ଏହା ପରେ ଧିରେ ଧିରେ କରୋନାର ପ୍ରକୋପ ବଢିବା ସହ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଶିକ୍ଷାନଷ୍ଠାନ ଗୁଡ଼ିକୁ ବନ୍ଦ ଘୋଷଣା କରାଗଲା।ଗୋଟେ ବର୍ଷ ମଧ୍ୟରେ ଯେଉଁ ସାଙ୍ଗ ମାନଙ୍କ ସହ ବନ୍ଧୁତା ହୋଇଥିଲା ସେଥିରେ ଏକ ପ୍ରକାର ପ୍ରତିବନ୍ଧକ ଲାଗିଗଲା।ସମସ୍ତ ବନ୍ଧୁ ମାନଙ୍କ ସହ ଯୋଗାଯୋଗ ର ଏକ ପ୍ରକାର ମାଧ୍ୟମ ରୂପେ କେବଳ ମୋବାଇଲ୍ ହିଁ ଏକମାତ୍ର ସାଧନ ହୋଇପାରିଲା। କ୍ଲାସ୍ ରେ ପାଠପଢ଼ା ସହ ଯେଉଁ ମଜା ,ହସ ଖୁସି ହେଉଥିଲା ତାହା ଅନ୍ ଲାଇନ୍ ପାଠପଢ଼ା ରେ ହୋଇପାରିଲା ନାହିଁ।କୋରୋନା ମହାମାରୀ ର ଏହି କରାଳ ଛାଇ ଦୀର୍ଘ ଦୁଇ ବର୍ଷ ବ୍ୟାପି ରହିବା ସହ, ଜୀବନର ଦ୍ୱିତୀୟ ପର୍ଯ୍ୟାୟ କଷ୍ଟ ସାଧିତ କୁହାଯାଉଥିବା ଯୁକ୍ତଦୁଇ ର ବୋର୍ଡ ପରୀକ୍ଷା କୁ ମଧ୍ୟ ରଦ୍ଦ କରାଗଲା। ଜୀବନରେ ମହାବିଦ୍ୟାଳୟ ରେ ବୋର୍ଡ ପରୀକ୍ଷା ଦେବାର ଯେଉଁ ଅନୁଭୂତି ,ସେଥିରୁ ଆମେ ବଞ୍ଚିତ ହେଲୁ।ଏହାପରେ କିଛି ନିର୍ଦ୍ଧିଷ୍ଟ ମୂଲ୍ୟାଙ୍କନ ପଦ୍ଧତି ମାଧ୍ୟମରେ ମୂଲ୍ୟାଙ୍କନ କରାଯାଇ,ଫଳ ପ୍ରକାଶ ହେଲା ।
ଏହାପରେ ଆରମ୍ଭ ହେଲା ସେହି ସମାନ ମହାବିଦ୍ୟାଳୟ ରେ ଆମର ଯୁକ୍ତ୩ ପାଠପଢ଼ା ର ଜୀବନ ଯାତ୍ରା। କିଛି ସାଙ୍ଗ ଆମ ସହ ଯୋଡ଼ିହୋଇ ରହିଲେ ଓ କିଛି ସାଙ୍ଗ ମାନେ ଅନ୍ୟ କିଛି ପଢିବା ପାଇଁ ଆମଠୁ ଦୁରେଇଗଲେ।ଏହା ପରେ ଅନ୍ୟ କିଛି ମହାବିଦ୍ୟାଳୟ ରୁ କିଛି ନୂତନ ସାଙ୍ଗ ମାନେ ଆସି ଆମ ମହାବିଦ୍ୟାଳୟ ରେ ନାମ ଲେଖାଇଲେ ଓ ଇତି ମଧ୍ୟରେ ସେମାନଙ୍କ ସହ ଏହିପରି ଭାବେ ବନ୍ଧୁତା ହୋଇଗଲା ଯେ,ଯେମିତି ସେମାନେ ନିଜ ପରିବାର ସଦସ୍ୟ ମାନଙ୍କ ଠାରୁ ମଧ୍ୟ କୌଣସି ଥିରେ କମ୍ ହେଲେ ନାହିଁ। ସେମାନଙ୍କ ସହ ପ୍ରତିଦିନ,ପ୍ରତି ମୁହୂର୍ତ୍ତ କୁ ଖୁସି ରେ ବିତାଇବା ସହ ଥଟ୍ଟା ମଜା ନ କଲେ ଯେମିତି ମନ ବୁଝୁ ନଥିଲା।ଯଦି କେଉଁ କାରଣ ବଶତଃ କିଛିଦିନ ଛୁଟି ହୋଇଯାଉଥିଲା,ଛୁଟି ସରିବା ପରେ ସମସ୍ତେ ଆଗ ସମସ୍ତଙ୍କ ସହ ଭଲ ରେ ଥଟ୍ଟାମଜା ନ ହେଲେ ଯେମିତି ପାଠ ପଢିବା ରେ ପୁନର୍ବାର ମନ ଲାଗୁନଥିଲା।ଏହାପରେ ଏତେ ଶୀଘ୍ର ଶୀଘ୍ର ସେମିଷ୍ଟର ପରୀକ୍ଷା ହେଲା ଯେ , ୩ ବର୍ଷ ବିତିଗଲା ଜଣା ମଧ୍ୟ ପଡିଲାନି।
.ଏବେ ଆମର ଶେଷ ସେମିଷ୍ଟର ପରୀକ୍ଷା ମଧ୍ୟ ସରିଗଲା ତଥା ପାଞ୍ଚ ବର୍ଷର କଲେଜ୍ ଜୀବନ ସରିଗଲା। ଏହା ପରେ ସମସ୍ତ ସାଙ୍ଗ ମାନେ ନିଜ ନିଜ ବ୍ୟକ୍ତିଗତ ତଥା ଉଚ୍ଚଶିକ୍ଷା ପାଇଁ ବାହାରକୁ ଯିବେ ।ସମସ୍ତ ସାଙ୍ଗମାନେ ମନ ଭିତରେ ରହିବେ ସତ, କିନ୍ତୁ କିଏ କେବେ କାହା ସହ ଦେଖା ହେବ କି ନାହିଁ ତାହା କେହି ମଧ୍ୟ କହିପାରିବେ ନାହିଁ।ସତରେ ଆଊ ସେ ଥଟା ମଜାର ର ଆସର ଜମିବନି କି ,ହଠାତ୍ ଭୋଜି ର ଆୟୋଜନ ମଧ୍ୟ ହେବନି। ସମସ୍ତେ ସମସ୍ତଙ୍କ ସହ ଫୋନ୍ ରେ କଥା ହେବ ସତ,କିନ୍ତୁ କେହି କାହାକୁ ଦିନେ ମଧ୍ୟ ପଚାରିବେନି କି କଲେଜ୍ ଆସିବୁ ନା ନାହିଁ, ନୋଟ୍ କମ୍ପ୍ଲିଟ୍ ହେଇଛି କି ନାହିଁ ଏମିତି ଅନେକ କଥା, ସତରେ ଏ ସବୁ କଥା ଗୁଡ଼ିକ ଯେମିତି ସାରା ଜୀବନ ପାଇଁ ଅତୀତ ହୋଇଯିବ। ଭାବିଲେ ଆଶ୍ଚର୍ଯ୍ୟ ଲାଗେ ,ଏତେ ଶୀଘ୍ର ପାଞ୍ଚ ବର୍ଷ କେମିତି ବିତିଗଲା ଜଣା ମଧ୍ୟ ପଡିଲାନି।ସତରେ ପ୍ରତି ସେମିଷ୍ଟର ସରିବା ପରେ ମନ ଭିତରେ ଯେଉଁ ଖୁସି ଥାଏ,ତାହା ହୁଏତ ଶେଷ ସେମିଷ୍ଟର ପରେ ରହିବନି।କାରଣ ସେ ସେମିଷ୍ଟର ପରେ ହୁଏତ ସବୁ ସାଙ୍ଗ ମାନଙ୍କ ସହ ସଦାବେଳେ ଦେଖା ହେବନି କି ଆଗାମୀ ସେମିଷ୍ଟର ପାଇଁ କେମିତି ପାଠ ପଢା ହେବ, ସେଥିପାଇଁ କିଛି ଆଲୋଚନା ମଧ୍ୟ ହେବନି। ସ୍କୁଲ ଜୀବନ ସରିବା ପରେ ଯେତିକି ଦୁଃଖ ଲାଗୁନଥିଲା ,ଆଜି କଲେଜ୍ ପାଠପଢ଼ା ପରେ ଏତେ ଦୁଃଖ କଣ ପାଇଁ ଲାଗୁଛି,ସେହି ପ୍ରଶ୍ନ ବାରମ୍ବାର ମନ ଭିତରେ ଏକ ପ୍ରକାର ଆନ୍ଦୋଳନ ସୃଷ୍ଟି କରେ। ସତରେ ସମୟ ଚାଲୁନି, ଦୌଡୁଛି।କେତେ ଶୀଘ୍ର ପାଞ୍ଚ ବର୍ଷ ର ପାଠପଢା, ପାଞ୍ଚ ବର୍ଷ ର କଲେଜ୍ ଜୀବନ ର ପରିସମାପ୍ତି ଘଟିଗଲା ଜଣା ମଧ୍ୟ ପଡ଼ିଲାନାହିଁ ।।
।।ମୋ ନିଜର ଅନୁଭୂତି।।
ପ୍ରିୟା°ଶୁ
#collegelifeends
#friendsmemories
Доступные форматы для скачивания:
Скачать видео mp4
-
Информация по загрузке: