Raga Krushna kedara by Guru Gopal Panda Odishi Academy, Khandagiri
Автор: GURU GOPAL PANDA ODISHI ACADEMY
Загружено: 2025-02-14
Просмотров: 123
ରାଗ-କୃଷ୍ଣକେଦାର
ଓଡ଼ିଶୀ କେଦାର ଓ ଆନନ୍ଦ ଭୈରବୀ ମିଶ୍ରିତ ଏ କୃଷ୍ଣକେଦାର ରାଗଟି ଉତ୍କଳୀୟ ସଙ୍ଗୀତ ସମ୍ପ୍ରଦାୟର ଏକ ପାରମ୍ପରିକ ରାଗ । ଆଜକୁ ଦୁଇ ଶହ ପଚାଶ ବର୍ଷ ପୂର୍ବରୁ ଏ ରାଗଟି ଏଠା ଗାନ ପରମ୍ପରାରେ ସ୍ଥାନ ପାଇଆସିଛି । ପଦ୍ମଶ୍ରୀ ବାଣିକଣ୍ଡଙ୍କ ଅଯାଚିତ କୃପାରୁ ଏହିପରି କେତେକ ଦୁର୍ଲ୍ଲଭ ଉତ୍କଳୀୟ ନିଜସ୍ୱ ରାଗରାଗିଣୀ ତାଙ୍କଠାରୁ ପାଇଥୁଲି । କଟକ ବଙ୍ଗାଳୀ ସାହିରେ ଥିଲାବେଳେ ଦୀର୍ଘଦିନ ତାଙ୍କ ସାନିଧର ସୌଭାଗ୍ୟ ଲଭିଥୁଲି । ଆଜି ତାଙ୍କପ୍ରତି ଆନ୍ତରିକ ଶ୍ରଦ୍ଧା ଓ କୃତଜ୍ଞତା ଜଣାଉଛି । ତାଙ୍କ କହିବା ଓ ଗାଇଥିବା ଗୀତସ୍ବର ଅନୁସାରେ ରାଗରୂପ ପ୍ରସ୍ତୁତ । ଦୁଇ ଗା, ଦୁଇ ଧା, କୋମଳ ନି, ଅନ୍ୟ ସ୍ୱର ଶୁଦ୍ଧ । ପୁରାତନ ଗୀତ ‘ଶ୍ରୀରାଧା ବାତୁଳୀ ପ୍ରେମ ରସାତୁଳୀ’ ଓ ‘ଜଗବନ୍ଧୁ ପରି ଜଣେ ସାମନ୍ତ' ଆଦି ଗୀତମାନ ଏହି ରାଗରେ ଗାନ ହୋଇ ଆସିଥିବା ଜଣାଯାଏ । ଶୁଦ୍ଧ ଗା ଟି କେବଳ ଅଲଂଘନ ଅଳ୍ପତ୍ତି ଭାବେ ଏବଂ ମା ଧା ମା ନି ଓ ରେ ମା ସ୍ୱର ସଙ୍ଗତୀ ହୁଏ ।
ଆରୋହ - ସା ରେ ଗ୍ରା, ସା ମା ଗା ମା ପା ଧା ନି ଧା ପା ମା, ପା ଧା ନି ସା ।
ଅବରୋହ - ସାଁ ନି ଧା ପା ମା, ମା ପା ଧା ପା ମା ଗା ରେ ସା ରେ ଗା ମା ପା ମା
ମେଳ - ଆନନ୍ଦ ଭୈରବୀ
ବାଦୀ – ମା, ସମ୍ବାଦୀ – ସା, ସମୟ – ରାତିର ଦ୍ଵିତୀୟ ପ୍ରହର
ଜାତି - ବକ୍ର ସମ୍ପୂର୍ଣ । ଧରଣ -ମା ପା ଧା ନି ଧା ପା ଧା ପା ମା ଗା, ମା ଗା ରେ ସା, ରେ ଗା ମା ପା ମା ।
Доступные форматы для скачивания:
Скачать видео mp4
-
Информация по загрузке: