Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
dTub
Скачать

Bibhushana Pushpe || ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ || Baidehisha Bilasa || ବୈଦେହୀଶ ବିଳାସ || Chhanda 10

Автор: Purusottam Sahu

Загружено: 2021-03-12

Просмотров: 40982

Описание:

[Turn on CC to see subtitles in Odia with Detailed Explanation]
ବୈଦେହୀଶ ବିଳାସ - କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

ଦଶମ ଛାନ୍ଦ: ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ (ରାଗ-ଋଷିକୁଲ୍ୟା)

ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ, ବିଭୂଷଣ କରି କନ୍ୟାକୁ ଆଣ।
ବାରଣଶିରେ ପଦ ଦେଇ ଆସୁ, ବରଣ କରି ରାମ ମନ ତୋଷୁ ସେ।
ବୋଲିଦେଲେ କଉଶିକ ଯେ।
ବୋଳିଦେଲା ପ୍ରାୟେ ଗୋଳି ଚନ୍ଦନକୁ ହୋଇଲେ ରଘୁବଂଶିକ ଯେ।୧।
ବିଧାନ ହୋଇଛି ଯା ନାମ ସୀତା, ବର୍ଣ୍ଣନେ ଶୋଭା ଅତି ମଧୁରତା।
ବୁଡି ନେତ୍ର ଆଜ ହେବ ପବିତ୍ର, ବିଶେଷେ କର୍ଷି ଦେଇ ହୃଦ କ୍ଷେତ୍ର।
ବୁଣିଲାଣି ସ୍ନେହ-ବୀଜ ଯେ।
ବିଚାରୁ ଏମନ୍ତ ଜନକ ସମ୍ମତ ଶୁଣିଲେ ସଖୀ ସମାଜ ଯେ।୨।
ବେଶକାରୀ ଡାକି ପୀଠେ ବସାଇ, ବେଶ ବିରଚିଲେ ଚିତ୍ତ ରସାଇ।
ବିମ୍ବ ଦେଖାଇଲେ ଛାମୁରେ କେହି, ବିମ୍ବାଧରୀ ଆଡମ୍ବରକୁ ବହି ସେ।
ବିବନ୍ଧ କଲେ କୁନ୍ତଳ ଯେ।
ବିଚିତ୍ର ମଣି ନୀଳମଣି ପ୍ରତିଭା ଉର୍ଦ୍ଧ୍ୱ ପ୍ରକାଶିତ ତଳ ଯେ।୩।
ବିଲେପି ଅଳ୍ପ ତଇଳ ଶାମଳି, ବାରଣଦନ୍ତ ପ୍ରସାଧନୀ ଚାଳି।
ବିଭାବସୁଜା କଲ୍ଲୋଳରେ ଭାସେ, ବିକଶି ଆସିଲା କୁମୁଦ କିସେ ସେ।
ବାନ୍ଧିଲେ ଚୂଡା ଯତନେ ଯେ।
ବନ୍ଦୀ ହୋଇଗଲା ମର୍କତ କୁବେଣୀରେ ବନ୍ଦୀ ହେବେ ମନ-ମୀନେ ଯେ।୪।
ବିତୁଳ ମଥାମଣି ମାଣିକ୍ୟର, ବିଭାଗ ସୀମନ୍ତ ସିନ୍ଦୂରଗାର।
ବନ୍ଦବସ୍ତେ ଭିଡି ପାଟ ସୂତ୍ରରେ, ବିଧୁନ୍ତୁକ ଗଳ ମିତ୍ର ହସ୍ତରେ ସେ।
ବିଧିବଶେ କିବା ପଡି ଯେ।
ବକୁଳ ଗର୍ଭକ ସୁଧା ଉଦ୍ଗାରୁଛି ଭୟରୁ ନ ଦେଇ ଛାଡି ଯେ।୫।
ବିଭୂଷି କିଆପତ୍ରୀ ମୋତିଜାଲୀ, ବିପିନେ ତମାଳର କିବା ଝଳି।
ବନ୍ଧନ କୃତ ପାଶ ଜାଲ ଦୁଇ, ବିଶିଖ ଝରାକାଠିକି ଦେଖାଇ ସେ।
ବକ୍ର ଚଉଁରା ହିଁ ଧନୁ ଯେ।
ବଧିବ ଧୈର୍ଯ୍ୟ-ମୃଗକୁ ବିନ୍ଧିବାକୁ ଏଠାରେ କରେ ଅତନୁ ଯେ।୬।
ବିବିଧ କୁସୁମମାଳା ଖଞ୍ଜନ, ବ୍ୟୋମେ ଇନ୍ଦ୍ରଧନୁ ପ୍ରଭା ଗଞ୍ଜନ।
ବିହୁଁ ଚନ୍ଦ୍ରଝୁମ୍ପି ଝିଲିମିଲିକା, ବିଭାବରୀ-ପ୍ରାନ୍ତ ସ୍ୱତ ଅଳକା ସେ।
ବେନି ସପ୍ତଋଷି ଶଶୀ ଯେ।
ବିମୋହିତ କରେ ମନ ଏକାବେଳେ ପଡିଲା ପରାୟେ ଖସି ଯେ।୭।
ବେଣ୍ଟଲା ଶ୍ରବଣେ ସଖୀ ଖଞ୍ଜିଲେ, ବଜ୍ରେ ବ୍ୟାକୁଳ ଅଗ୍ନି ଜାତ କଲେ।
ବିହିତ ଫୁଲ ତହିଁ ସ୍ଫୁଟ କରି, ବାଳୀକି ଭଜ ବୋଲି ବାଳୀ ଠାରି ସେ।
ବନ୍ଦିଆ ଚକ୍ର ଭଙ୍ଗୁର ଯେ।
ବିଚ୍ଛେଦି ବୁଡାଇଦେବ ଯୋଗୀ ଯୋଗ ଯନ୍ତ୍ରିତ ଦୁଇ ପ୍ରକାର ଯେ।୮।
ବିଧାୟକ ଚିତ୍ର ଭାଲପଟରେ, ବର୍ଣ୍ଣକ ଛଳେ କସ୍ତୁରୀ ସିନ୍ଦୂରେ|
ବିଶ୍ୱକୁ ତିଳକେ କରିବ ବଶ, ବିଧୃତ ଏ ଘେନି ତିଳକ ଭାଷ ସେ।
ବେନି ହୀରା ଅବତଂସ ଯେ।
ବର୍ଣ୍ଣି ଆସୁଁ ମୂକ କିବା ଗୁରୁ କବି ସେହି ଚିତ୍ରକର ଯଶ ଯେ।୯।
ବୟସୀ ମାଣିକ୍ୟ ଗୁଣା ମୁକୁତା, ବେନିପୁଟେ ଦେଉଁ ନାସା ଶୋଭିତା।
ବଦନକୁ ଚାହିଁ ଚନ୍ଦ୍ରକୁ ଚାହିଁ, ବିମଳ ଏହି ତ ସମଳ ସେହି ଯେ।
ବ୍ୟଭିଚାରୀ ହେଲେ ପରା ସେ।
ବିଧିରେ ଆରଦ୍ରା-ଚିତ୍ତରେ ଆରଦ୍ରା ରୋହିଣୀ ଏ ବେନି ତାରା ଯେ।୧୦।
ବଲ୍ଲଭ ରଥେ ଯା କେତୁ ମକର, ବଲ୍ଲଭୀ ରଥେ ତା ମକରୀକର।
ବିବେକୀ ସଜନୀ ସୌନ୍ଦର୍ଯ୍ୟ ଗୋଳେ, ବଳେ ଛଡାଇ ଦେଖାଇ କପୋଳେ ସେ।
ବିନ୍ଦ ଏ ମୃଗମଦରେ ଯେ।
ବିହେ କେ ଚିବୁକେ ମଧୁମକ୍ଷିକାଏ ସ୍ଥକିତ ସଙ୍ଗ ଭଙ୍ଗରେ ଯେ।୧୧।
ବିଡିଶ ସାରଣୀ ଲକ୍ଷ ସେ ନେତ୍ର, ବିଲମ୍ବିତ କଲେ ଅଞ୍ଜନସୂତ୍ର।
ବାହାରି ପକ୍ଷ୍ମପେଡାରୁ ପଳାଇ, ବିଳ-ଶ୍ରୋତ୍ରେ କି ଦମ୍ଭଦଂଶ ଅହି ସେ।
ବିଷେ କି ନ ଜାଣି ତତ୍ତ୍ୱ ଯେ|
ବିକାଶ ମୀନରାଶି ବେନି ପାରୁଶେ ହେଲା ବେନି ଧୂମକେତୁ ଯେ।୧୨।
ବିତରଣରେ ମୋତି ଚାପସରି, ବିତକ ତହିଁରେ ବେଗେ ପ୍ରସରି।
ବିଞ୍ଚି ତଣ୍ଡୁଳବତ ପାରାବତ, ବନ୍ଦୀ ହେଲା ପରା ପାଶରେ ସତ ସେ।
ବହୁଳ ମାଳିକି ରଞ୍ଜି ଯେ।
ବର୍ଣ୍ଣନା ଅଛି ଶଙ୍ଖ ବୋଲି ଯାହାକୁ କେ ତାହା ପାରିବ ଭାଞ୍ଜି ଯେ।୧୩।
ବ୍ୟବସ୍ଥା କଲେ ବାହୁଦଣ୍ଡ ବିଧି, ବିନତ ସ୍କନ୍ଧ ଛତି ପ୍ରତିନିଧି।
ବଳୟ ତାଡସାରକୁ ନିଯୋଗି, ବକ୍ଷୋଜ ତୁମ୍ବିକା ଥିବାରୁ ଲାଗି ସେ।
ବିମୁଳ ବାହୁଯୁଗଳ ଯେ।
ବାହୁବନ୍ଧ ଦେଇ ମୁଦି ଦେଲେ ତାକୁ ନୋହିଲା ଲକ୍ଷ ସକଳ ଯେ।୧୪।
ବଲ୍ଲୀପରି ଗିରି ଲକ୍ଷରୁ ମାତ୍ର, ବିଦୃଷ୍ଟ ସ୍ଥାନରେ କି ସୃଷ୍ଟି ଚିତ୍ର।
ବିଭୂଷି ସ୍ୱର୍ଣ୍ଣଜରୀ ନୀଳଚୋଳୀ, ବିଳସାଇ ହାର ବିଚିତ୍ର ଝଳି ସେ।
ବିନ୍ଧ୍ୟ ମନ୍ଦର ଘୋଡାଇ ଯେ।
ବିଦ୍ୟୁଧାରକେ ଘନଧାରେ ବଳାକାପନ୍ତିଏ ମିଳି କି ତହିଁ ଯେ।୧୫।
ବଳା ତୁଳାକୋଟି ଖଞ୍ଜିଲେ ପାଦେ, ବୋଲିବ ତୁଳାକୋଟି ତୁଚ୍ଛନାଦେ।
ବିଗୂଢ ହଂସକ ହରେ ଗମନ, ବିଗୂଢ-ସ୍ୱନ ହଂସକ ମଣ୍ଡଳ ସେ।
ବନ୍ଧୁର ମାର୍ଗ ଜଣାଉଁ ଯେ।
ବର୍ଣ୍ଣଭେଦ ସିନା ଝୁଣ୍ଟିଆ ଖୁଣ୍ଟିଆ ପ୍ରପଦେ ରଖିଲେ ତହୁଁ ଯେ।୧୬।
ବେଢରେ ପାଦରେ ଲେଖିଲେ ଲାକ୍ଷା, ବାରି ହେଲା ବେନିରଙ୍ଗ କି ଦକ୍ଷା।
ବିକଶିତ କୋକନଦ ମଧ୍ୟର, ବେଢି ଭ୍ରମେ କି ସରସ୍ୱତୀ ନୀରେ ସେ।
ବଂଶନଳିରେ ଥିବାର ଯେ।
ବାଛି ପିନ୍ଧି ଦୁର୍ବାଦଳ-ନୀଳ ଚେଳ କୋଳ ଇଚ୍ଛି ଶ୍ରୀରାମର ଯେ।୧୭।
ବସନାଞ୍ଚଳ ଯେ ଚଳିଲେ ବେଗେ, ବସ ନାଠାରେ ସେ ଯୋଗିଙ୍କି ଯୋଗେ।
ବିଭଙ୍ଗେ ତାହା ଆଗେ କୁଞ୍ଚା ରଞ୍ଚି, ବ୍ୟକ୍ତ ନୋହି ଉରୁ ଫୁଟି ଏ ପାଞ୍ଚି ସେ।
ବାନ୍ଧି କଟିରେ କିଙ୍କିଣୀ ଯେ।
ବାଜି କିଣିକିଣି ଚିତ୍ତ ନେବ କିଣି ଚାହିଁଲେ ନୟନ ଏଣୀ ଯେ।୧୮।
ବେଳା ଜାଣିବାକୁ ସଖୀ ବସାଇ, ବୀଟିକା ନାଗବଲ୍ଲୀର ଭୁଞ୍ଜାଇ।
ବିଡମ୍ବ ନୋହିଲା ଅତିଶୟରେ, ବାଳ ରବି ଦ୍ୟୋତଜବା କି ଧରେ ସେ।
ବତିଶଲକ୍ଷଣା ପୁରୀ ଯେ।
ବିଧାନୀ ଉପମା ଗୀତ ଚାତୁରୀକି ଲକ୍ଷ ଲକ୍ଷ ଦଉ କରି ଯେ।୧୯।
ବିଭୂଷା ହେମରତ୍ନ ଯେତେ କହି, ବାଳାମଣି ଶାଣ ରସାଣ ତହିଁ।
ବିଦଳି ଅଞ୍ଜନ କସ୍ତୁରୀ ନିଶି, ବିଧୂ ବିଧିବଶୁଁ ଉଜ୍ଜ୍ୱଳ ଦିଶି ସେ।
ବିଦେହଜା ପଦ ଗୁଣି ଯେ।
ବିଂଶତି ପଦେ ଏ ଛାନ୍ଦ ଉପଇନ୍ଦ୍ର ଭଞ୍ଜ ବୀରବର ଭଣି ଯେ।୨୦।

#BibhusanaPushpe #BaidehishaBilasa #KabisamratUpendraBhanja #Chhanda_10 #bibhusanapuspelyrics #Dashama_Chhanda #JayShreeRam #ବୈଦେହୀଶବିଳାସ #UpendraBhajnaSongs #OdiaChhanda #ଛାନ୍ଦ #UpendraBhanjaSahitya #OdiaSahitya #BhanjaSangeeta #BhanjaSangita #UpendraBhanjaBhajan #OdiaRamayana #ବିଭୂଷଣପୁଷ୍ପେଯାକାନ୍ତିଜାଣ #ବିଭୂଷଣପୁଷ୍ପେ #SeetaSwayambara #BibhushanaPuspe #BibhushanaPushpe #baidehishabilasabyupendrabhanja #kabisamratupendrabhanja #upendrabhanja #upendrabhanjasongscollection #baidehishabilasabyupendrabhanjasong
#upendrabhanjakabita

Bibhushana Pushpe || ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ || Baidehisha Bilasa || ବୈଦେହୀଶ ବିଳାସ || Chhanda 10

Поделиться в:

Доступные форматы для скачивания:

Скачать видео mp4

  • Информация по загрузке:

Скачать аудио mp3

Похожие видео

Baidehisha Bilasa | ଏକାଦଶ ଛାନ୍ଦ | Bela Shubhadare Prabesha | ବେଳ ଶୁଭଦରେ ପ୍ରବେଶ ଆବେଶ | ବୈଦେହୀଶ ବିଳାସ

Baidehisha Bilasa | ଏକାଦଶ ଛାନ୍ଦ | Bela Shubhadare Prabesha | ବେଳ ଶୁଭଦରେ ପ୍ରବେଶ ଆବେଶ | ବୈଦେହୀଶ ବିଳାସ

Upendra Bhanja ।। Odia quotes ।। Best odia stanza ।। Upendra Bhanja poems ।। Rajesh Satpathy

Upendra Bhanja ।। Odia quotes ।। Best odia stanza ।। Upendra Bhanja poems ।। Rajesh Satpathy

Bitalaku Alingana || ବିତଳକୁ ଆଲିଙ୍ଗନ || Baidehisha Bilasa || ବୈଦେହୀଶ ବିଳାସ || ନବମ ଛାନ୍ଦ || Chhanda 9

Bitalaku Alingana || ବିତଳକୁ ଆଲିଙ୍ଗନ || Baidehisha Bilasa || ବୈଦେହୀଶ ବିଳାସ || ନବମ ଛାନ୍ଦ || Chhanda 9

ସ୍ତ୍ରୀ ଯଦି ଏମିତି ଡାକୁଛି /ମୋ ଧନ,ସୁନା,ଗେଲୁ,,ମୋ ବାବୁ, ହୋଇ ଯାଆନ୍ତୁ ସାବଧାନ /Gayika-Gitanjali Samataray

ସ୍ତ୍ରୀ ଯଦି ଏମିତି ଡାକୁଛି /ମୋ ଧନ,ସୁନା,ଗେଲୁ,,ମୋ ବାବୁ, ହୋଇ ଯାଆନ୍ତୁ ସାବଧାନ /Gayika-Gitanjali Samataray

Baidehisha Bilasa ll ବୈଦେହୀଶ ବିଳାସ ll ଆବୃତ୍ତି ଓ ଆଲୋଚନା ll Tapasi Mohapatra ll Upendra Bhanja ll

Baidehisha Bilasa ll ବୈଦେହୀଶ ବିଳାସ ll ଆବୃତ୍ତି ଓ ଆଲୋଚନା ll Tapasi Mohapatra ll Upendra Bhanja ll

ଆଗରୁ ପଢ଼ିଲେ ଯାହା, ପଛରୁ ପଢ଼ିଲେ ତାହା | Bhanja Sahityara Chamtkarita | Dr. Rajat Kar | Odisha365

ଆଗରୁ ପଢ଼ିଲେ ଯାହା, ପଛରୁ ପଢ଼ିଲେ ତାହା | Bhanja Sahityara Chamtkarita | Dr. Rajat Kar | Odisha365

ମୃତ୍ୟୁର ୬ ମାସ ପୂର୍ବରୁ ମିଳେ ଏହି ୫ ଭୟଙ୍କର ସଙ୍କେତ! 😱 | Devotional story in odia_bhalagapa

ମୃତ୍ୟୁର ୬ ମାସ ପୂର୍ବରୁ ମିଳେ ଏହି ୫ ଭୟଙ୍କର ସଙ୍କେତ! 😱 | Devotional story in odia_bhalagapa

Bibhusana Puspe || Durgesh Nandini Kanungo || Rusikulya Chhanda ||Shri Ram Sita Vivah| Odisha Sanket

Bibhusana Puspe || Durgesh Nandini Kanungo || Rusikulya Chhanda ||Shri Ram Sita Vivah| Odisha Sanket

Kabi Samrata Upendra Bhanja || Prateek Pattanaik || Kathaa Baarta || कथा-ବାର୍ତ୍ତା || EP - 14

Kabi Samrata Upendra Bhanja || Prateek Pattanaik || Kathaa Baarta || कथा-ବାର୍ତ୍ତା || EP - 14

ଲାବଣ୍ୟବତୀ, ଷଷ୍ଠ ଛାନ୍ଦ, ଛଅ ଟି ଅମୁଲ୍ୟ ପଦାବଳୀ,sayan kumar jena,

ଲାବଣ୍ୟବତୀ, ଷଷ୍ଠ ଛାନ୍ଦ, ଛଅ ଟି ଅମୁଲ୍ୟ ପଦାବଳୀ,sayan kumar jena,

Chhanda Madhuri - ଛାନ୍ଦ ମାଧୁରୀ | ଓଡ଼ିଶାର ଗୌରବ | Ghanashyam Panda | Sidharth Music

Chhanda Madhuri - ଛାନ୍ଦ ମାଧୁରୀ | ଓଡ଼ିଶାର ଗୌରବ | Ghanashyam Panda | Sidharth Music

Aare Babu Shyama Ghana - Othar Chhanda Songs | Shyamamani Pattnaik | Hema Harini | SidharthMusic

Aare Babu Shyama Ghana - Othar Chhanda Songs | Shyamamani Pattnaik | Hema Harini | SidharthMusic

ଅବନା ରସ ତରଙ୍ଗ | ବଗ ଉପାଖ୍ୟାନ | Bhanja Sahitya | Dr. Rajat Kar | Odisha365

ଅବନା ରସ ତରଙ୍ଗ | ବଗ ଉପାଖ୍ୟାନ | Bhanja Sahitya | Dr. Rajat Kar | Odisha365

Mana Boudha Choutisha ମନବୋଧ ଚଉତିଶା | Video | Gobinda Chandra | World Music Odia

Mana Boudha Choutisha ମନବୋଧ ଚଉତିଶା | Video | Gobinda Chandra | World Music Odia

ବୈଦେହୀଶ ବିଳାସ || Baidehisha Bilasa || Nabama Chhanda || Upendra Bhanja || Matru Academy| Viral video

ବୈଦେହୀଶ ବିଳାସ || Baidehisha Bilasa || Nabama Chhanda || Upendra Bhanja || Matru Academy| Viral video

Bibhusana Puspe Ja Kanti Jana - Chhanda Song | Shyamamani Pattnaik | ଛାନ୍ଦ - ଓଡ଼ିଶାର ଗୌରବ | ବିଭୁଷଣ

Bibhusana Puspe Ja Kanti Jana - Chhanda Song | Shyamamani Pattnaik | ଛାନ୍ଦ - ଓଡ଼ିଶାର ଗୌରବ | ବିଭୁଷଣ

Gangadhar Meher ।। Odia quotes ।। Best odia stanza ।। Gangadhar Meher poems

Gangadhar Meher ।। Odia quotes ।। Best odia stanza ।। Gangadhar Meher poems

Maa Mangala Matrumandali ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣ ବିଭୂଷଣ କରି କନ୍ୟାକୁ ଆଣି OdiaBhagavad-📞-9078009973

Maa Mangala Matrumandali ବିଭୂଷଣ ପୁଷ୍ପେ ଜାକାନ୍ତି ଜାଣ ବିଭୂଷଣ କରି କନ୍ୟାକୁ ଆଣି OdiaBhagavad-📞-9078009973

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ-

କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- "ଛ" ଚମ୍ପୂ। Kishore chandrananda champu - Chha champu.

Bhajans Of Bhima Bhoi | Akshaya Mohanty | Dekha Mu Jauchhi Sari | Ruparekha Nahin He | Odia Songs

Bhajans Of Bhima Bhoi | Akshaya Mohanty | Dekha Mu Jauchhi Sari | Ruparekha Nahin He | Odia Songs

© 2025 dtub. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: infodtube@gmail.com