ଚମ୍ପାଇଲୋ ସାନବାଡ ମୌଜା ଦଣ୍ଡଯାତ୍ରା
Автор: YUVABHARATI
Загружено: 2025-04-11
Просмотров: 244
ଓଡିଶାରେ ବର୍ଷକ ବାରମାସରେ ତେରପର୍ବ ମଧ୍ୟରୁ ଚୈତ୍ରମାସର ଦଣ୍ଡପର୍ବ ହେଉଛି ଅନ୍ୟତମ। ଦକ୍ଷିଣ ଓଡ଼ିଶାରେ ଦଣ୍ଡପର୍ବକୁ ପ୍ରସିଦ୍ଧ ଚଇତି ପର୍ବ ଭାବରେ ନିଷ୍ଠା ସହିତ ଓ ମହା ଆଡ଼ମ୍ବରସହକାରେ ପାଳନ କରୁଛନ୍ତି।ସେହି ଭଳି ବୋଲଗଡ ବ୍ଲକ ଅଞ୍ଚଳରେ ଦଣ୍ଡପର୍ବକୁ ଭାବଭକ୍ତି ଓ ଆନନ୍ଦ ଉତ୍ସାହରେ ଚାଲୁରହିଛି।
କାହିଁ କେଉଁ କାଳରୁ ଲୋକମାନଙ୍କର ପ୍ରଗାଢ଼ ବିଶ୍ୱାସ ଥିବା ବେଳେ ମାନସିକ ପୂରଣ ପାଇଁ #ଦଣ୍ଡପର୍ବକୁ ନିଷ୍ଠା ସହକାରେ ପାଳନ କରିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଚୈତ୍ର ମାସରେ ଦଣ୍ଡ ପର୍ବକୁ ମାନସିକ ଭକ୍ତମାନେ ମା 'ଦଣ୍ଡକାଳୀଙ୍କୁ ଉପାସନା କରିଥାଆନ୍ତି l ଵିଧିପୂର୍ବକ ମା'ଦଣ୍ଡକାଳୀଙ୍କ ପୀଠରେ ଭିନ୍ନ ଭିନ୍ନ ସ୍ଥାନରେ ୯ଦିନ,୧୩ଦିନ ଓ ୨୧ଦିନିଆ ପାଣି ତୋଳାଯାଇ ଦଣ୍ଡ ପର୍ବ ଆରମ୍ଭ କରି ଭକ୍ତମାନେ ମାନସିକ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି l ପାଣିତୋଳାର ପ୍ରାରମ୍ଭ ଦିବସର ବିଳମ୍ବିତ ରାତ୍ରିରେ ମା 'ଦଣ୍ଡକାଳୀଙ୍କ ସହିତ ଦଣ୍ଡୁଆମାନେ ଗ୍ରାମର ନିର୍ଦ୍ଦିଷ୍ଟ ପୋଖରୀକୁ ଯାଇ ସ୍ନାନ, ହୋମକରି ଵିଧିବଧ ଭାବରେ ସଂକଳ୍ପ କରି ପଇତା ପକାଇ ଭଗତା ହୋଇଥାନ୍ତି । ଆରମ୍ବରୁ ୧୩ ଦିନ ପର୍ଯ୍ୟନ୍ତ ନିଷ୍ଠା ସହକାରେ ଉପବାସ ରହି ପ୍ରତିଦିନ ଅପରାହ୍ନରେ ସ୍ନାନକରି ମନ୍ଦିରକୁ ଫେରିବା ବାଟରେ ଗ୍ରାମବାସୀ ଭକ୍ତମାନେ ଠାକୁରାଣୀଙ୍କୁ ଦଣ୍ଡବନ୍ଦାଣ କରି ପୂଜାପାଠ କରିଥାନ୍ତି l ଠାକୁରାଣୀ ସ୍ନାନ କରି ଫେରିବା ବେଳେ ମୃଦଙ୍ଗ ବାଦନ , ଝାଞ୍ଜ ମାଡ଼, ହରି ବୋଲ ,ହୁଳହୁଳି , ଶଙ୍ଖନାଦ ଓ ଭୋଜ ମଣିମା ଶବ୍ଦରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥାଏ। #ମା'ଦଣ୍ଡକାଳୀ କୋଠିରେ ପହଞ୍ଚିବା ପରେ ଦିନଯାକ ଉପବାସ ଥିବା ଦଣ୍ଡୁଆଭକ୍ତମାନେ ଏକମାତ୍ର ଫଳ ମୂଳ ପ୍ରସ୍ତୁତ ପଣାପାନ କରିଥାନ୍ତି l ବିଳମ୍ବିତ ରାତ୍ରିରେ ଗ୍ରାମର ଦଣ୍ଡ ନାଚୁଆ ଭକ୍ତମାନଙ୍କ ସହିତ ଗ୍ରାମ ପରିକ୍ରମାରେ ଦଣ୍ଡଠାକୁରାଣୀଙ୍କୁ ଧରି ଧୁପଝୁଣା ମାରି ଗ୍ରାମ ମାନଙ୍କରେ ରାତ୍ରିସାରା ନାଚୁଆଭକ୍ତମାନେ ବାଦ୍ୟଯନ୍ତ୍ର ତାଳେ ତାଳେ ଲୋକଗୀତରେ ଦଣ୍ଡନୃତ୍ୟ ପରିବେଷଣରେ ଗାଁ ଦାଣ୍ଡ ଦୁଲୁକିଛି ।ଏହି ପର୍ବର ଦିବସରେ ମାନସିକ ଭକ୍ତ ମାନଙ୍କ ଦୁଆରେ ପଞ୍ଚୁ ଦଣ୍ଡମେଳଣ, ଦଶ ଦଣ୍ଡ ମେଳଣ ଓ ୪୨ ଦଣ୍ଡ ମେଳଣରେ ଗ୍ରାମର ଦଣ୍ଡ ଠାକୁରାଣୀ ମାନେ ଯୋଗଦେଇଥାନ୍ତି।ବୋଲଗଡ ବ୍ଲକ ସଂପୁର, ଖଙ୍ଗୁରିଆ, କଳାଙ୍ଗ, ଫିରିଫିରା, ମାଣିକାଗୋଡ଼ା, ମାଳିସାହି, ବୋଲଗଡ଼, ଭୀମପଡ଼ା, ରାଜସୁନାଖଳା,ଧଳାପଥର, ଚମ୍ପାଇଲୋ (ସାନବାଡ)ଗ୍ରାମ ସମେତ ବହୁ ଗ୍ରାମରେ ଦଣ୍ଡ ଠାକୁରାଣୀ ମନ୍ଦିର ଗୁଡିକରେ ଭକତାଙ୍କ ଗହଳି ସହିତ ଗ୍ରାମ ଗୁଡିକ ଉତ୍ସବମୁଖର ହୋଇ ପଡିଛି। #dandanutya #dandanacha #Suanga #odia @yuvabharati_news
Доступные форматы для скачивания:
Скачать видео mp4
-
Информация по загрузке: