Chiracharchita Mo Odisha - Odia Patriotic Full Video Song - Japani Bhai ,Ritu,Tarik,Ashu,Jyoti,Sital
Автор: Armaan Music
Загружено: 2022-04-13
Просмотров: 44933
You Are Watching Odia Patriotic Full Video Song ChiraCharchita Mo Odisha Sung By Rituraj Mohanty , Tarik Aziz , Ashutosh Behera , Jyotirmayee Nayak & Sital Kabi , This Beautiful Song Penned By Ranjan Nayak & Music By Japani Bhai & Story , Screenplay & Directed By Japani Bhai .
Song - ChiraCharchita Mo Odisha
Lyrics - Ranjan Nayak
Singer - Rituraj Mohanty , Tarik Aziz , Ashutosh Behera , Jyotirmayee Nayak & Sital Kabi
Music - Japani Bhai(9124953799)
Programming - Khristo Mathews
Dub By - Milan Studio & Pk Studio ( Pintu Das )
Mixing By - Milan Dash ( Milan Studio )
Dop - Rajesh & Dhiren
Asst Camera - Nana & Litu
Screenplay , Story & Direction - Japani Bhai
Edit - Ajit Kumar
Special Thanks To .....................
Our Hon'Ble Chief Minister - Sri Naveen Patnaik
Dr. Arun Kumar Sahoo ( Minister Of Agriculture & Farmers Empowerment , Fisheries & Animal Resources Devlopment , Higher Educatio Of Odisha )
Samir Ranjan Dash ( Minister Of School & Mass Education )
Pranab Balabantray ( MLA Dharmasala )
Susant Kumar Rout ( MLA North Bhubaneswar )
Rudra Maharathy ( MLA pipili )
Bijay Sankar Das ( MLA tirtol )
Akash Das Nayak
Sulochana Das ( Mayor Bhubaneswar )
Shreemayee Mishra ( Chair Person , OTDC , Govt Of Odisha )
Sulata Deo ( SpokePerson Bjd & Avvisor E&CD Govt Of Odisha )
Sofia Alam
Tarini Prasad Nayak
#ChiraCharchitaMoOdisha
#OdishaAnthem
#OdiaPatrioticSong
#JapaniBhaiNewSong
#ArmaanMusic
#RiturajMohanty
#TarikAziz
#JyotirmayeeNayakNewSong
#AshutoshBehera
#SitalKabi
#OdishaSong
#MoOdisha
#NewOdiaSong
#ArmaanMusicNewSong
🙏 *ଚିର ଚର୍ଚ୍ଚିତ ମୋ' ଓଡ଼ିଶା..
ମୁଖୁଡ଼ା:-
****************
ଚିର ଚର୍ଚ୍ଚିତ ଓଡ଼ିଶା........
ସାଧୁ-ପ୍ରସବିତା, ସର୍ବ-ପ୍ରଶଂସିତା
ଶିରେ ସବୁଜିମା ସୁବେଶା......
ଚିର ଚର୍ଚ୍ଚିତ ଓଡ଼ିଶା........।।
(ଶବ୍ଦାର୍ଥ:- ପ୍ରସବିତା- ଜନ୍ମ କରେ, ପ୍ରଶଂସିତା- ପ୍ରଶଂସା କରାଯାଏ, ସବୁଜିମା- ସବୁଜ ବନାନୀ, ସୁବେଶା- ଶୋଭାପାଏ )
(ଅର୍ଥ:- ଏଇ ହେଉଛି ଆମର ସବୁବେଳେ ଚର୍ଚ୍ଚାରେ ଥିବା ଓଡ଼ିଶା । ଏଠି ସବୁବେଳେ ସାଧୁସନ୍ୟାସୀ ମାନେ ଜନ୍ମ ନିଅନ୍ତି ଏବଂ ସମସ୍ତେ ଆମ ଓଡିଶାକୁ ପ୍ରଶଂସା କରନ୍ତି ଓ ଓଡ଼ିଶା ମଧ୍ୟ ସମସ୍ତଙ୍କୁ ଆପଣେଇନିଏ । ଆମ ରାଜ୍ୟର ମସ୍ତକରେ ସବୁବେଳେ ସବୁଜ ବନାନୀ ଶୋଭା ପାଏ । ଏଇ ହେଉଛି ଆମର ସବୁବେଳେ ଚର୍ଚ୍ଚାରେ ଥିବା ଓଡ଼ିଶା । )
(Meaning: "This is our ever-talked-about Odisha. Here saints are always born and everyone praises our Odisha & it also love all . There is always a green forest sight on the head of our state. This is our ever-talked-about Odisha.")
ଅନ୍ତରା:୦୧
*****************
ଭାରତବର୍ଷେ-ଭୋଜନେ-ଦର୍ଶନେ , କୃଷିକାର୍ଯ୍ୟେ ସ୍ୱୟଂ ସମ୍ଭୁତା
ଧାମେସୁ ସାର ଜଗନ୍ନାଥ ଧାମ, ଯୋଦ୍ଧା ଆଦିବାସୀ ସନ୍ତୋଷା....
ଚିର ଚର୍ଚ୍ଚିତ ଓଡ଼ିଶା....।।
(ଶବ୍ଦାର୍ଥ:- ସ୍ୱୟଂ ସମ୍ଭୁତା- ଯିଏ ନିଜେ ଜାତକରେ , ଧାମେସୁ- ଧାମ ବା ତୀର୍ଥକ୍ଷେତ୍ର ମାନଙ୍କ ମଧ୍ୟରେ, ସନ୍ତୋଷା- ସନ୍ତୁଷ୍ଟ ବା ଖୁସି)
(ଅର୍ଥ:- ଭାରତ ବର୍ଷରେ, ଖାଦ୍ୟ, ଦର୍ଶନ ଓ କୃଷି କାର୍ଯ୍ୟରେ ଆମ ଓଡ଼ିଶା ସବୁବେଳେ ନିଜସ୍ୱ ପରିଚୟ ସୃଷ୍ଟି କରିଛି । ଚାରିଧାମ ଭିତରେ ମୋ ଜଗନ୍ନାଥ ଧାମ ସାର, ଏ ମାଟିର ବିର ପାଇକପୁଅ ବା ଯୋଦ୍ଧା ଓ ଆଦିବାସୀମାନେ ସବୁବେଳେ ଖୁସିରେ ଥାଆନ୍ତି । ଏଇ ହେଉଚି ସବୁବେଳେ ଚର୍ଚ୍ଚାରେ ଥିବା ମୋ ଓଡ଼ିଶା । )
(Meaning: In India, our Odisha has always made a name for itself in food, philosophy and agriculture. My Jagannath Dham is the best among all. Paikpua or warriors and tribals of this soil are always happy being the son of this soil. This is my Odisha, which is always in the spotlight.)
ଅନ୍ତରା:-୦୨
********************
ବିଷଦ-ଅବୟବ ବଲ୍ଲୀ-ବିଭୂଷିତା, ଶୌଚପୟ ସୁର ସଜ୍ଜିତା
ବୀରସୁ ବିଭବା ରତ୍ନ-ବିରାଜିତା, ସଂସ୍କୃତ ସାହିତ୍ୟ ବିଶେଷା.........
ଚିର ଚର୍ଚ୍ଚିତ ଓଡ଼ିଶା.......।।
(ଶବ୍ଦାର୍ଥ:- ବିଷଦ-ନିର୍ମଳ, ଅବୟବ-ଅଙ୍ଗ ପ୍ରତ୍ୟଙ୍ଗ, ବଲ୍ଲୀ-ବୃକ୍ଷଲତା, ବିଭୂଷିତା-ଯିଏ ଧାରଣ କରେ, ଶୌଚ-ପବିତ୍ର, ପୟ-ପାଣି, ବୀରସୁ-ବିରମାନଙ୍କ ମଧ୍ୟରେ ବା ବୀରମାନଙ୍କ ଦ୍ୱାରା, ବିଭବା-ସମ୍ପଦଶାଳୀ, ବିଶେଷା-ପ୍ରସିଦ୍ଧ)
(ଅର୍ଥ:- ଯେଉଁ ମାଟିର ନିର୍ମଳ ଓ ସୁନ୍ଦର ଅଙ୍ଗପ୍ରତ୍ୟଙ୍ଗରେ ବୃକ୍ଷ ଲତାମାନେ ସର୍ବଦା ଶୋଭାପାଆନ୍ତି, ଏ ମାଟିର ଜଳ ଅତ୍ୟନ୍ତ ପବିତ୍ର, ଏଠାରେ ଦେବତାମାନେ ବିଚରଣ କରନ୍ତି, ବିରମାନଙ୍କ ଦ୍ୱାରା ଏ ରାଜ୍ୟ ସମୃଦ୍ଧଶାଳୀ ଏବଂ ଏଠି ବିଭିନ୍ନ ପ୍ରକାର ମୂଲ୍ୟବାନ ଜିନିଷ ସବୁ ରହିଛି, ସଂସ୍କୃତ ଓ ସାହିତ୍ୟ ପାଇଁ ଆମ ଓଡ଼ିଶା ଅତ୍ୟନ୍ତ ପ୍ରସିଦ୍ଧ । ଏଇ ହେଉଛି ଆମର ସବୁବେଳେ ଚର୍ଚ୍ଚାରେ ଥିବା ଓଡ଼ିଶା ।)
(Meaning: - The soil in which the vines are always adorned with pure and beautiful limbs, the water of this soil is very sacred, the gods roam here, the state is prosperous by the warriors and there are all kinds of valuable things here, our Odisha is very famous for Sanskrit and literature. This is the Odisha we are always talking about.)
ଅନ୍ତରା:-୦୩
**********************
ବିଚିତ୍ର-ବର୍ଣ୍ଣା ବିସ୍ମୟ-ବିଦିତା, ସର୍ବଦା ମକରନ୍ଦ-ନିର୍ଗତା
ସାନୁଦେଶେ ଶୈଳ-ଶିରି ଶୋଭିତା, ସଲୀଳ ଅନୀଳ ଯା ସରସା......
ଚିର ଚର୍ଚ୍ଚିତ ଓଡ଼ିଶା......।।
(ଶବ୍ଦାର୍ଥ:- ବିଚିତ୍ର- ଅଦ୍ଭୁତ, ବର୍ଣ୍ଣା- ରଙ୍ଗମୟ, ବିସ୍ମୟ- ଆଶ୍ଚର୍ଯ୍ୟଜନକ, ବିଦିତା- ଯେଉଁଠି ବିଦ୍ୟମାନ ଅଟେ, ମକରନ୍ଦ- ଅମୃତ, ସାନୁଦେଶେ- ଅଗ୍ରଭାଗରେ )
(ଅର୍ଥ:- ଆମ ରାଜ୍ୟଟି ଭିନ୍ନ ଭିନ୍ନ ରଙ୍ଗବେରଙ୍ଗର ଆଶ୍ଚର୍ଯ୍ୟଜନକ ଜିନିଷରେ ପରିପୂର୍ଣ୍ଣ, ଏଇ ମାଟିରୁ ସବୁବେଳେ ଅମୃତ ଝରେ, ଯାହାର ଅଗ୍ରଭାଗରେ ପାହାଡ଼ ପର୍ବତରାଶି ଶୋଭା ପାଏ ଏବଂ ଯାହାର ପାଣି ପବନ ଅତ୍ୟନ୍ତ ସୁନ୍ଦର ।ଏଇ ହେଉଛି ଆମର ସବୁବେଳେ ଚର୍ଚ୍ଚାରେ ଥିବା ଓଡ଼ିଶା । )
(Meaning: - Our state is full of amazing things of different colors, the sacred Amrit is always found from this soil , which has a mountain hill decorated at the top and whose water and wind are very beautiful. This is the Odisha we are always talking about)
Доступные форматы для скачивания:
Скачать видео mp4
-
Информация по загрузке: