ମା ଶ୍ରୀକ୍ଷେତ୍ର ପୀଠାଧିଶ୍ଵରୀ ବିମଳାଙ୍କ ଉତ୍ପତ୍ତି କିପରି ଆସନ୍ତୁ ଜାଣିବା । || Bimalamba ||
Автор: Sankhakhyetra Darshan
Загружено: 2025-09-19
Просмотров: 1312
#ଜୟ_ଜଗନ୍ନାଥ #maabimala #khyetradhiswari #saktipeeth#ଓଡ଼ିଶାର_ଅଷ୍ଟ_ଶକ୍ତିପୀଠ (ପ୍ରଥମ ଭାଗ)#ମା ବିମଳା
ଝଙ୍କଡ଼ରେ ମା ଶାରଳା ଅଷ୍ଟଚଣ୍ଡୀ ମାନଙ୍କ ମଧ୍ୟରୁ ହେଉଛନ୍ତି ଅନ୍ୟତମ!!
ଶକ୍ତି ପୂଜାର ପରମ୍ପରା ଆମ ଦେଶରେ ଯୁଗ ଯୁଗ ଧରି ଚଳି ଆସୁଅଛି। ଏହାର କାଳ ନିର୍ଣ୍ଣୟ କରିବା କଦାପି ସହଜସାଧ୍ୟ ନୁହେଁ। ଓଡ଼ିଶାର ଆଠଗୋଟି ଶକ୍ତି ପୀଠ ମୁଖ୍ୟ। ଶକ୍ତି ପୂଜାର ପ୍ରାଚୀନ ପରମ୍ପରା ଯୁଗଯୁଗ ଧରି ଓଡ଼ିଶାବାସୀଙ୍କୁ ପ୍ରେରଣା ଦେଇ ଆସିଛି। ସେମାନେ ବିପଦ ଆପଦରେ ମାତୃଶକ୍ତିର କରୁଣା ନିମନ୍ତେ ଆବାହନ କରି ଆସିଛନ୍ତି। କିନ୍ତୁ ଦୁର୍ଗା ପୂଜାର ପରମ୍ପରା ସବୁଠାରୁ ଭିନ୍ନ। ଏହି ପ୍ରକାର ଦେବୀ ପୂଜା ସଂପୂର୍ଣ୍ଣ ରୂପେ ମୌଳିକ। ଦେବୀଙ୍କର ପୂଜା ଓ ଆବାହନ କଳସ ମଧ୍ୟରେ ହୁଏ। ଏହି ପୀଠ ଗୁଡ଼ିକରେ ଚଣ୍ଡୀଙ୍କର ବିଗ୍ରହ ପୂଜା ପାଉଛନ୍ତି।
ବାଣପୁରେ ଭଗବତୀ ଶ୍ରୀକ୍ଷେତ୍ରେ ବିମଳା
କାକଟପୁରେ ରହିଲୁ ନାମ ତୋ ମଙ୍ଗଳା।
ଝଙ୍କଡେ ଶାରଳା ନାମ, ଅଟଇ ତୋହର
ବିରଜାଇ ନାମେ ବିଜେ କରୁ ଯାଜପୁର।
ବାଙ୍କୀରେ ନାମ ତୋହର ଅଟେ ଚର୍ଚ୍ଚିକାଇ
ସମ୍ବଲପୁରରେ ନାମ ବହିଲୁ ସମଲାଇ।
ତାଳଚେରରେ ହେଙ୍ଗୁଳା ନାମ ତୋର ମାଆ
ଏହିଭଳି ଉତ୍କଳରେ ଶକ୍ତିପୀଠ ଆଠ ନାଆଁ।
ମଙ୍ଗଳଚଣ୍ଡିଆ ମାନେ ଏଭଳି ଗୀତ ଗାଁ ଗାଁରେ ବୁଲି ଗାଇଥାନ୍ତି। ଏହା ବ୍ୟତୀତ ସାରଳା ଦାସ ମଧ୍ୟ ଅଷ୍ଟତନ୍ତ୍ର ପୀଠ କଥା ଉଲ୍ଲେଖ କରିଛନ୍ତି-
ଝଙ୍କଡେ ରହିଲୁ ମା’ଗୋ ଶାରଳା ନାମ ବହି
କାକଟପୁରେ ରହିଲୁ ମା’ଗୋ ମଙ୍ଗଳା ବୋଲାଇ
କୋଣାରକେ ରହିଲୁ ମା'ଗୋ ଅଭୟା ରାମଚଣ୍ଡୀ
ପୁରୁଷୋତ୍ତମେ ରହିଲୁ ବିମଳା ବୋଲାଇ
ବାଙ୍କୀରେ ରହିଲୁ ମା’ଗୋ ଚର୍ଚ୍ଚିକା ନାମ ବହି।
ଯାଜପୁରେ ରହିଲୁ ବିରଜା କାକଟପୁରେ ମଙ୍ଗଳା
ପଶ୍ଚିମ ଦିଗେ ରହିଲୁ ବୋଲାଇ ହେଙ୍ଗୁଳା।
ଭୁବନେଶ୍ବରରେ ରହିଲୁ ନାମ ତୋ ଗଉରୀ।
ଏ ଦୃଷ୍ଟିରୁ ଝଙ୍କଡର ଶାରଳା, କାକଟପୁରର ମଙ୍ଗଳା, କୋଣାର୍କର ରାମଚଣ୍ଡୀ, ପୁରୀର ବିମଳା,ବାଙ୍କୀର ଚର୍ଚ୍ଚିକା, ଯାଜପୁରର ବିରଜା, ପଶ୍ଚିମ (ତାଳଚେର)ର ହେଙ୍ଗୁଳା ଓ ଭୁବନେଶ୍ୱରର ଗୌରୀ ହେଉଛନ୍ତି ଅଷ୍ଟତନ୍ତ୍ର ପୀଠର ଅଷ୍ଟଦେବୀ। ଏହି ଅଷ୍ଟଚଣ୍ଡୀ ପରମ ବୈଷ୍ଣବୀ ଓ ସେମାନେ ହାତରେ ଜପମାଳା ଧାରଣ କରିଛନ୍ତି। ଦୁର୍ଗାପୂଜା ଅବସରରେ ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, ନହୁରୁଣୀ, କରଣର ଲେଖନୀ, କମାର ବଢେଇଙ୍କ ଉପକରଣ ତଥା ଅନ୍ୟ ଜାତିମାନଙ୍କର କୌଳିକ ବୃତ୍ତି ଅନୁସାରେ ନିଜ ନିଜର ଉପକରଣ ଗୁଡିକୁ କଳସ ନିକଟରେ ସ୍ଥାପନ କରିଥାନ୍ତି। ବୃତ୍ତିଗତ ବ୍ୟବସାୟର ଉତ୍ତରୋତ୍ତର ଅଭିବୃଦ୍ଧି ପାଇଁ ଦେବୀଙ୍କ ନିକଟରେ କାମନା କରିଥାନ୍ତି।
#sankhakhyetradarshan #shreejagannathdham #Utlala #Odisha #Culture #odiaadyatmikakatha #ShreeMandira #PuriDham #Viralvedio #SriJagannathDham #SharadiyaNavratri #Bimala #maabimala #Bimalasaktipeeth #DurgaPuja2025 #ashtashakti #Ashtashaktipeetha #trendingnow #MaaSarala
Доступные форматы для скачивания:
Скачать видео mp4
-
Информация по загрузке: