Book Launch Event | Kabita O Chhabi re Bigyana l 'କବିତା ଓ ଛବିରେ ବିଜ୍ଞାନ' ପୁସ୍ତକର ଉନ୍ମୋଚନ ପର୍ବ l
Автор: Learn Odia With Mamata Ma'am
Загружено: 2025-10-11
Просмотров: 6
କୋମଳମତି ଶିଶୁ ଓ କିଶୋର ମାନଙ୍କ ପାଇଁ ପ୍ରଥମ ଗଳ୍ପ ପୁସ୍ତିକା 'କୋମଳ ମନର କୋମଳ ଭାବନା' ପରେ ବିଜ୍ଞାନ ଭିତ୍ତିକ କବିତା 'କବିତା ଓ ଛବି ରେ ବିଜ୍ଞାନ' ମୋର ଦ୍ୱିତୀୟ ପୁସ୍ତକ ମୋର ଜନ୍ମଦିନ ସେପ୍ଟେମ୍ବର ୧ ରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପରିସରରେ ଉନ୍ମୋଚନ ହୋଇଯାଇଛି । ଏଥିରେ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନର ସଭାପତି ସୁନାମ ଧନ୍ୟ ଡାକ୍ତର ତଥା ଜଣେ ବରିଷ୍ଠ ସାରସ୍ଵତ ସାଧକ ଚୌଧୁରୀ ସତ୍ୟବ୍ରତ ନନ୍ଦ , ସଂପାଦକ ସାରସ୍ଵତ ସାଧକ ଡଃ ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଭଦ୍ରକ ସ୍ୱୟଂ ଶାସିତ ବିଦ୍ୟାଳୟର ପଦାର୍ଥ ବିଜ୍ଞାନୀ ଡ8. କମଳାକାନ୍ତ ଜେନା ମହୋଦୟ ମୁଖ୍ୟ ବକ୍ତା, ବରିଷ୍ଠ ଭାଷା ବିଶାରଦ ଡ. ଭାଗବତ ପ୍ରସାଦ ଦାସ ମୁଖ୍ୟ ଅତିଥି ଓ ଝାଡ଼େଶ୍ଵର ଇଣ୍ଟରନ୍ୟାସନାଲ୍ ସ୍କୁଲର +2 ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପରେଶ କୁମାର ଦାଶ ବହିର ଉନ୍ମୋଚକ ଭାବେ ଯୋଗ ଦାନ କରିଥିଲେ । ଏହି ଉନ୍ମୋଚନ ପର୍ବରେ ଆପଣମାନଙ୍କ ସହ ମୋର ଖୁସି ବାଣ୍ଟିବି ବୋଲି ଏବଂ ମୋ ଖୁସିରେ ଆପଣମାନଙ୍କୁ ସାମିଲ କରିବି ବୋଲି ଭାବିଲି । ଏହି କାମ ବହୁତ ଡେରି ହୋଇଗଲାଣି , ଜଣେ ଶିକ୍ଷୟିତ୍ରୀ ଭାବରେ ମୋର ସ୍କୁଲ ପ୍ରତି ଦାୟିତ୍ଵ ଓ ଘର ଦାୟିତ୍ୱ ପରେ ଏ ସବୁ କାମ କରିବା ଟିକେ କଷ୍ଟ , ତେଣୁ ଆପଣ ମାନେ ନିଶ୍ଚୟ ମୋର ବ୍ୟବସ୍ଥାକୁ ବୁଝି ମତାମତ ଦେବେ , ଓ ପ୍ରତି ବିଭାଗ କେମିତି ଲାଗିଲା ମତାମତ ଦେବେ ।
ଆପଣଙ୍କର ମମତା ମାମ୍ , ଶିକ୍ଷୟିତ୍ରୀ, ଝାଡ଼େଶ୍ଵର ଇଣ୍ଟରନ୍ୟାସନାଲ୍ ସ୍କୁଲ, ବାମପଦା, ବାଲେଶ୍ଵର ।
Доступные форматы для скачивания:
Скачать видео mp4
-
Информация по загрузке: