ଦୁଧିଆଣିଠାରେ ହାଇସ୍କୁଲ ନିର୍ମାଣ ପାଇଁ ଦୁଧୀଆଣି ଗ୍ରାମ୍ୟ ପଞ୍ଚାୟତର ୧୮ଟି ଗାଁର ଗ୍ରାମବାସୀଙ୍କ ବିରାଟ ସଭା ଅନୁଷ୍ଠିତ
Автор: ANUDHYAN TV
Загружено: 2025-12-15
Просмотров: 163
ଦୁଧିଆଣି ଠାରେ ହାଇସ୍କୁଲ ନିର୍ମାଣ ପାଇଁ ଦୁଧୀଆଣି ଗ୍ରାମ୍ୟ ପଞ୍ଚାୟତ ର ୧୮ଟି ଗାଁ ର ଗ୍ରାମବାସୀଙ୍କ ବିରାଟ ସଭା ଅନୁଷ୍ଠିତ ।
ଆଜି ଦୁଧିଆଣି ପଂଚାୟତ ର ୧୮ଟି ଗାଁ ର ଗ୍ରାମବାସୀ ଦୁଧିଆଣି ଠାରେ ଏକ ବିରାଟ ସଭା କରିଛନ୍ତି। ଏହି ସଭାକୁ କରଞ୍ଜିଆ ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ନିଜେ ଆୟୋଜନ କରିଥିଲେ। ଏହି ସଭା ଆୟୋଜନ କରିବାର କାରଣ ହେଉଛି ଦୁଧିଆଣି ପଂଚାୟତ ରେ ଏକ ୨୦୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରବାସ ଓ ଦୁଇଟି ଅତିରିକ୍ତ ଶ୍ରେଣୀ ଗୃହ କରିବାପାଇଁ ଆଇ.ଟି.ଡି.ଏ. ତରଫରୁ ଜମି ଚିହ୍ନଟ କରିବା ସହିତ ଏହି କାମର ଏଷ୍ଟିମେଣ୍ଟ ମଧ୍ୟ ହୋଇ ସାରିଥିଲା। କିନ୍ତୁ କିଛି ଲୋକ ବିରୋଧ କରି ଏହି ସ୍କୁଲ ଟିକୁ ପୁରୁଣାପାଣି ରେ କରିବାପାଇଁ ଚକ୍ରାନ୍ତ କରୁଛନ୍ତି, ଯାହାକୁ କି ଦୁଧିଆଣି ପଂଚାୟତ ର ୧୮ଟି ଗାଁ ଘୋର ବିରୋଧ କରି ଆଜି ଏହି ସଭା ରେ ଯୋଗ ଦେଇଛନ୍ତି। ଏ ବାବଦ ରେ ଅଧ୍ୟକ୍ଷା ଙ୍କ ମତାମତ ହେଉଛି ଦୁଧିଆଣି ପଂଚାୟତ ରେ ଗୋଟେ ହିଁ ଉଚ୍ଚ ବିଦ୍ୟାଳୟ ଅଛି ତାହା ହେଉଛି ପୁରୁଣାପାଣି ଠାରେ ଯାହା ଫଳରେ ଦୁଧିଆଣି ପଂଚାୟତ ର ୧୮ଟି ଗ୍ରାମର ପିଲାମାନେ ପୁରୁଣା ପାଣି ଯିବା ପାଇଁ ୨୫କି. ମି. ଯିବା ପାଇଁ ପଡେ। ଏହି ୨୫କି. ମି. ବାଟ ଯିବା ପାଇଁ କୌଣସି ଗମନାଗମନ ର ସୁବିଧା ମଧ୍ୟ ନାହିଁ। ଯାହାଫଳରେ ପିଲା ମାନେ ପାଠ ପଢ଼ା ଛାଡି ଦିନମଜୁରିଆ ଓ ଶିକାର କରିବାପାଇଁ ବାଧ୍ୟ ହେଉଛନ୍ତି। ସେଥିପାଇଁ ଏହି ୧୮ଟି ଗାଁ ର ପାଖାପାଖି ଦଶହଜାର ଲୋକ ଏହି ସଭାରେ ଉପସ୍ଥିତ ରହି ଦୁଧିଆଣି ରେ ହାଇସ୍କୁଲ ନହେଲେ ଆଗକୁ ଏକ ବଡ ଧରଣ ର ଆନ୍ଦୋଳନ ହେବ ବୋଲି ପ୍ରଶାସନ କୁ କଡା ଚେତାବନୀ ଦେଇଛନ୍ତି। ମୟୁରଭଞ୍ଜ ରୁ ସତ୍ୟବ୍ରତ ମିଶ୍ରଙ୍କ ରିପୋର୍ଟ୍
Доступные форматы для скачивания:
Скачать видео mp4
-
Информация по загрузке: