ଅଫୁଟା ସୁମନ ଏମାଟି ଉଦ୍ଯାନେ | Aphuta sumana e mati udyane | odia patriotic song .
Автор: Saroj Srujani
Загружено: 2025-11-15
Просмотров: 150
SUBSCRIBE NOW ,& SHARE ❤
Follow Us on Insta : https://www.instagram....
Subscribe our channel for upcoming music video & updates.
Song : Aphuta sumana e mati udyane
Compose by : Saroj Kumar Dash
Music : Gurudev Tripathy and group
Voice : Namrata , Amrita ,Nikita , Suni and Laxmi
Video Composition : Satish Dash
This song is sang on the stage of Children's day 2025
at Lenda High school
ଅଫୁଟା ସୁମନ ଏମାଟି ଉଦ୍ଯାନେ
ଫୁଟିବୁ ଦିନେ ରେ ଆମେ,
ସୁଗନ୍ଧ ଆମର ଚହଟାଇ ଦେବୁ
ସସାଗର ଧରା ଧାମେ ।
ଆମେ ସୃଷ୍ଟି ..ଏ ମାଟିର
ଆମେ ଦୃଷ୍ଟି .. ଏ ଯୁଗର ।
ଦେଶ ମାତୃକାର ପୁଷ୍ପ ମାଲ୍ଯ ହୋଇ
ଶୋଭା ପାଇବୁ ରେ ଆମେ.. ଆମେ ..
ଅଗଣିତ ଆମ ଅମ୍ଳାନ ପ୍ରତିଭା
ବରପୁତ୍ର ବରଦାନ,
ମାତୃଭୂମି ପାଇଁ ଘୋର ରଣ କରି
ଦେଇଛନ୍ତି ବଳିଦାନ।
ଆମେ କୀର୍ତ୍ତି.. ସେ କର୍ମର
ଆମେ ଶକ୍ତି..ସେ ଧର୍ମର
ଜନହିତ ପାଇଁ ସାରଥୀ ସାଜିବୁ
ମୈତ୍ରୀ ବାଣ୍ଟିବୁ ଆମେ.. ଆମେ..
ଅରାତିର ମନ ବଦଲାଇ ଦେବୁ
ହାତରେ ମିଶିବ ହାତ,
ଅଶାନ୍ତର ସୀମା ଅପସରି ଯିବ
ଗାଇବୁ ପ୍ରେମର ଗୀତ।
ଆମେ ବାର୍ତା..ଏ ଭୂମିର
ଆମେ କର୍ତା..ଏ ଦେଶର
ଆତଙ୍କର ସଂଜ୍ଞା ବଦଳାଇ ଦେଇ
ଶାନ୍ତି ବୁଣିବୁ ଆମେ .. ଆମେ ..
ଅଫୁଟା ସୁମନ ଏମାଟି ଉଦ୍ଯାନେ
ଫୁଟିବୁ ଦିନରେ ଆମେ..
Доступные форматы для скачивания:
Скачать видео mp4
-
Информация по загрузке: